Indian Roller (ଭଦଭଦଳିଆ) 002


Attribution:
Obraz jest oznaczony jako „Wymagane uznanie autorstwa” (attribution required), ale nie podano żadnych informacji o uznaniu autorstwa. Prawdopodobnie parametr atrybucji został pominięty podczas korzystania z szablonu MediaWiki dla licencji CC-BY. Autorzy mogą znaleźć tutaj przykład prawidłowego korzystania z szablonów.
Credit:
Praca własna
Krótki link:
źródło:
Wymiary:
960 x 720 Pixel (178310 Bytes)
Opis:
ଇଣ୍ଡିଆନ୍ ରୋଲର୍ ବା ଭଦଭଦଳିଆ ବା ଭରଦ୍ବାଜ ପକ୍ଷୀ କୁ ଅନେକ ସ୍ଥାନରେ ନୀଳକଣ୍ଠ ପକ୍ଷୀବୋଲି ମଧ୍ୟ କୁହାଯାଏ୤ ଏହା ଓଡ଼ିଶାର ରାଜ୍ୟପକ୍ଷୀର ମର୍ଯ୍ୟାଦା ପାଇଛି୤ ଭାରତର ଅନେକ ରାଜ୍ୟ ଏହି ପକ୍ଷୀକୁ ସମାନ ସମ୍ମାନ ଦେଇଛନ୍ତି୤ ବିଷୁବବୃତ୍ତାଞ୍ଚଳ ଅନ୍ତର୍ଭୂକ୍ତ ଏସିଆ ମହାଦେଶର ସମସ୍ତ ଦେଶରେ ଏହି ପକ୍ଷୀ ଦେଖିବାକୁ ମିଳେ୤ ସେମାନେ ପ୍ରାୟ ସବୁସ୍ଥାନରେ ସବୁ ସମୟରେ ଦେଖିବାକୁ ମିଳନ୍ତି୤ ରାସ୍ତାପାର୍ଶ୍ବରେ ଥିବା ଗଛଲତା, ବିଦ୍ୟୁତ ତାର, ଗଛଡ଼ାଳ ଇତ୍ୟାଦି ଉପରେ ସେମାନେ ବସିଥିବାର ଦେଖାଯାଏ୤ ଭାରତର ସମସ୍ତ ରାଜ୍ୟରେ ଏହି ପକ୍ଷୀ ଦେଖାଯାଆନ୍ତି୤

ଭଦଭଦଳିଆ ଏକ ସୁନ୍ଦର ପକ୍ଷୀ ଯାହା ୨୬-୨୭ ସେମି ପର୍ଯ୍ୟନ୍ତ ବଢ଼ିଥାଏ୤ ଏହାର ଛାତି ଧୁସର ରଙ୍ଗର ହୋଇଥାଏ୤ ଶରୀର ନୀଳରଙ୍ଗର ହୁଏ୤ ହାଲକାରୁ ଗାଢ଼ନୀଳ ରଙ୍ଗରେ ଏହାର ଶରୀର ସୁନ୍ଦର ଦେଖାଯାଏ୤ ଲାଞ୍ଜ ଆକାଶିଆ ନୀଳ ରଙ୍ଗର ଥାଏ୤ ଲାଞ୍ଜର ମଧ୍ୟଭାଗରେ ହାଲୁକା ସବୁଜ ରଙ୍ଗ ଦେଖାଯାଏ୤ ଆଖିର ଚାରିପାଖ ଗାଢ଼ ହଳଦିଆ ରଙ୍ଗ ଦେଖାଯାଏ୤ ଏମାନଙ୍କ ଥଣ୍ଟ ଲମ୍ବା ଏବଂ ଚେପଟାକୃତି ହୋଇଥାଏ୤ ଉପରଭାଗ ବଙ୍କା ହୋଇଥିବା ବେଳେ ଅଗଭାଗ ହୁକ୍ ଭଳି ହୋଇଥାଏ୤ ଏହି ପକ୍ଷୀର ନାକ ଲମ୍ବାଥାଏ ଏବଂ ଉପରକୁ ଖୋଲାଥାଏ୤

ସମତଳ ଭୂଇଁମାନଙ୍କରେ ଏହି ପକ୍ଷୀ କୀଟପତଙ୍ଗ ମାନଙ୍କୁ ଖାଇବାପାଇଁ ଉଚ୍ଚସ୍ଥାନରୁ ଉଡ଼ି ଆସିବା ଏବଂ ଶୀକାର କରି ଫେରିବାବେଳେ ଏହାର ଡେଣା ଦେଖିବାକୁ ବହୁତ ସୁନ୍ଦର ଲାଗେ୤ ପୌରାଣିକ କଥାମାନଙ୍କରେ କିଛି ସ୍ଥାନରେ ଏହି ପକ୍ଷୀ ହିନ୍ଦୁମାନଙ୍କର ଧାର୍ମିକ ଭାବନାସହ ଜଡ଼ିତ ବୋଲି କୁହାଯାଏ୤
Licencja:
Warunki licencji:
Creative Commons Attribution-Share Alike 4.0

Więcej informacji o licencji można znaleźć tutaj. Ostatnia aktualizacja: Thu, 24 Nov 2022 12:10:10 GMT